() ଦକ୍ଷିଣ-ପଶ୍ଚିମ ଚୀନ୍ ଗୁଇଝୋଉ ପ୍ରାନ୍ତରେ ହାଇସ୍ପିଡ ଟ୍ରେନ୍ ଲାଇନଚ୍ୟୁତ । ଭୂ-ସ୍ଖଳନ ଯୋଗୁଁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ଟ୍ରେନ ଡ୍ରାଇଭରଙ୍କ ସମେତ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଦୁର୍ଘଟଣା ବେଳେ ଟ୍ରେନ ସର୍ବାଧିକ ଘଣ୍ଟାପ୍ରତି ୩୦୦ କି.ମି ବେଗରେ ଗତି କରୁଥିଲା । ବୁଲେଟ୍ ଟ୍ରେନ ୨୮୦୯ ଗୁଇୟାଙ୍ଗ ପ୍ରାନ୍ତରୁ ଦକ୍ଷିଣ ପ୍ରାନ୍ତ ଗ୍ୱାଙ୍ଗଝାଉ ଯାଉଥିବା ବେଳେ ରୋଙ୍ଗଜିଆଙ୍ଗ ଷ୍ଟେସନରେ ଭୂ-ସ୍ଖଳନ ଯୋଗୁଁ ୨ଟି ବଗି ଧାରଣାରୁ ବିଚ୍ୟୁତ ହୋଇ ଯାଇଥିଲେ ।
ଦୁର୍ଘଟଣାରେ ଟ୍ରେନର ଡ୍ରାଇଭର ପ୍ରାଣ ହରାଇଛନ୍ତି । ଏବଂ ଟ୍ରେନର ସପ୍ତମ ଓ ଅଷ୍ଟମ ବଗି ୟୁଏଝାଇ ଟନେଲ ପ୍ରବେଶ ଦ୍ୱାର ନିକଟରେ ଲାଇନଚ୍ୟୁତ ହୋଇ ପଡିଛି । ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁର୍ଘଟଣା ବେଳେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୩୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
https://thetopmost.in/a-subh-muhurat-in-this-akhaya-trutiya/
https://thetopmost.in/a-warm-and-positive-meeting-can-change-your-health/
More Stories
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..
ଅଧାଘଣ୍ଟାରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାତ୍ରା